ମୁଖ୍ୟ ଖବର

ଅନୁଗୁଳ ପୋଲିସ ପକ୍ଷରୁ ମୋବାଇଲ୍ ହସ୍ତାନ୍ତର ମେଳା ୨.୦ ଆୟୋଜିତ, ମାଲିକଙ୍କୁ ଫେରସ୍ତ ହେଲା ୧୦୧ ଟି ଚୋରି ସ୍ମାର୍ଟଫୋନ୍

By Angul TV Bureau

October 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହଜିଯାଇଥିବା ମୋବାଇଲ୍ ହସ୍ତାନ୍ତର ମେଳା ୨.୦ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ନିଖୋଜ କିମ୍ବା ହଜିଯାଇଥିବା ୧୦୧ ଟି ସ୍ମାର୍ଟ ମୋବାଇଲ ଫୋନ୍ ଉଦ୍ଧାର କରାଯାଇ ମାଲିକଙ୍କୁ ଫେରସ୍ତ କରାଯାଇଥିଲା। ଉଦ୍ଧାର ମୋବାଇଲର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ।

ଅନୁଗୁଳ ଏସପି ଭାବେ ରାହୁଲ ଜୈନ ଯୋଗଦେବା ପରେ ଏସମ୍ପର୍କରେ ସିଧାସଳଖ ଅଭିଯୋଗ କରିବାକୁ ଏକ ହ୍ଵାଟ୍ସଆପ ନମ୍ବର ଜାରି କରିଥିଲେ। ଉକ୍ତ ନମ୍ବରରେ ଚୋରି ହୋଇଥିବା ଓ ହଜିଥିବା ଫୋନ ନେଇ ଲୋକ ଅଭିଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଜୁନ ୧୭ତାରିଖରେ ପ୍ରଥମେ ୧୨୫ ଟି ମୋବାଇଲ ଉଦ୍ଧାର କରି ମାଲିକଙ୍କୁ ପୁଲିସ ହସ୍ତାନ୍ତର କରିଥିଲା। ବୁଧବାର ଦ୍ୱିତୀୟ ଥର ୧୦୧ଟି ମୋବାଇଲ କୁ ଉଦ୍ଧାର କରି ତାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଅନୁଗୁଳ ଏସପି ରାହୁଲ ଜୈନ ଉପସ୍ଥିତ ଥିଲେ।