ମୁଖ୍ୟ ଖବର

ଅନୁଗୋଳ ପୋଲିସକୁ ସଫଳତା: ସୁଧାର ଗୃହରୁ ଫେରାର ନାବାଳକକୁ ଧରିଲା ସ୍ୱତନ୍ତ୍ର ଟିମ୍

By Angul TV Bureau

June 07, 2026

ଅନୁଗୋଳ: ସ୍ଥାନୀୟ ଜୁଭେନାଇଲ୍ ହୋମ୍ ବା ସୁଧାର ଗୃହରୁ ଫେରାର ହୋଇଯାଇଥିବା ଜଣେ ନାବାଳକକୁ ଅନୁଗୁଳ ଟାଉନ୍ ପୋଲିସ କାବୁ କରିବାରେ ସଫଳ ହୋଇଛି। ଘଟଣାଟି ଘଟିବା କ୍ଷଣି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ନାବାଳକକୁ ଖୋଜି ବାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ସୂଚନା ଅନୁଯାୟୀ, ନାବାଳକ ଜଣକ ସୁଧାର ଗୃହରୁ ଚମ୍ପଟ ମାରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଓ ତଦନ୍ତ ଜାରି ରଖିଥିଲା। ଶେଷରେ ନାବାଳକକୁ ସୁରକ୍ଷିତ ଭାବେ ଧରିଛି ପୋଲିସ। ଆଇନ ଅନୁଯାୟୀ, ଆବଶ୍ୟକୀୟ ପ୍ରକ୍ରିୟା ଶେଷ କରି ନାବାଳକକୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର କରାଯାଉଛି। ଫେରାର ଘଟଣାରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଏକ ମୋବାଇଲ ଚୋରି ମାମଲାରେ ସରକାରୀ ପର୍ଯ୍ୟବେକ୍ଷଣ ଗୃହରେ ରହୁଥିଲା। ରବିବାର ଭୋର ସମୟରେ କାହାରି ନଜରକୁ ନ ଆସି ସେ ସୁରକ୍ଷା ବଳୟକୁ ଚକମା ଦେଇଥିଲେ। ଗୃହର ପଛପଟ ପାଚେରୀ ଡେଇଁ ସେ ଫେରାର ହୋଇଯାଇଥିଲା। ସକାଳେ ଗଣତି ସମୟରେ ଉକ୍ତ ବାଳକ ସେଠାରେ ନଥିବା ଜାଣି କର୍ତ୍ତୃପକ୍ଷ ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ସେ ଧରାପଡ଼ିଥିବା ଜଣାଯାଇଛି।