ଅନୁଗୁଳ: ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଅପରେସନ ପ୍ରହାରକୁ ଅଧିକ ତୀବ୍ର କରାଯାଉଛି ଏବଂ ଜିଲ୍ଲାକୁ ନିଶା ମୁକ୍ତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଗତ ୧୮ ତାରିଖରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଶା ବେପାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିବା ବେଳେ ହାଣ୍ଡପା କଣ୍ଢାଳ ରେଳ ଷ୍ଟେସନ୍ ଠାରୁ ୪୦୦ ମିଟର ଦୂର ବଡ଼ଡଙ୍ଗିଆଣି ନିକଟରେ ଦ୍ରୁତ ଗତିରେ ଆସୁଥିବା ମହିନ୍ଦ୍ରା ପିକଅପ୍ ଭ୍ୟାନକୁ ଅଟକାଇଥିଲେ। ସେ ଗାଡ଼ିରୁ ୨୧୨.୧୭୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଆଉ ଏଇ ଗାଡ଼ିକୁ ପାଇଲଟିଂ କରି ନେଉଥିବା ଏକ ମାରୁତି ଡିଜାୟାର ଗାଡ଼ିକୁ ମଧ୍ୟ ଅଟକା ଯାଇ ସନ୍ଦିଗ୍ଧ ଯୁବକମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ଯୁବକ ମାନେ ହେଲେ ପୋଡାପୋଡାର ଜିତେନ କୁମାର ବେହେରା, ବାଗେଡିଆର ପୁରୁଣାଗଡ଼ର ଜିତେନ କୁମାର ସାହୁ ଏବଂ ହଣ୍ଡପା ରଣିଭୁଇଁର ରାକେଶ ବେହେରା।
ଏହି ଯୁବକ ମାନଙ୍କ ଠାରୁ ଗାଡ଼ି, ମୋବାଇଲ ସହ ନଗଦ ୧୩୧୦ ଟଙ୍କା ଜବତ କରାଯାଇଛି। ହଣ୍ଡପା ଏସଆଇ ତରଣିସେନ୍ ବାହାଲଙ୍କ ସମେତ ଇନ୍ସପେକ୍ଟର ରାଜେଶ କୁମାର ଶତପଥୀ,ଏସଆଇ ପ୍ରଭାକର ମଲ୍ଲିକ, ଏଏସଆଇ ତପନ କୁମାର ରାୟ, ପ୍ରକାଶ କୁମାର ବାରିକ ପ୍ରମୁଖ ଏହି ଚଢାଉ ଟିମରେ ସାମିଲ ଥିଲେ।