ଅନୁଗୁଳ ସହରର ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆୟୋଜିତ ସରସ୍ବତୀ ପୂଜା ମଣ୍ଡପ ଏବେ ସହରବାସୀଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଉଠିଛି। ଏବର୍ଷ କ୍ଲବ ପକ୍ଷରୁ ନିଆଯାଇଥିବା ‘ଛୋଟା ଭୀମ’ ଥିମ ସହିତ ତିଆରି ହୋଇଥିବା ବିଶାଳ ଓ ଆକର୍ଷଣୀୟ ତୋରଣ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ପ୍ରାୟ ୫୦ ଫୁଟ ଉଚ୍ଚତାର ଏହି ତୋରଣରେ ଛୋଟା ଭୀମ, ଚୁଟକି, ରାଜୁ ଓ ଅନ୍ୟାନ୍ୟ ଚରିତ୍ରମାନଙ୍କ ଆକୃତିକୁ ସୁନ୍ଦର ଭାବେ ଗଢ଼ାଯାଇଛି।
ରଙ୍ଗିନ ଆଲୋକସଜ୍ଜା, କଳାତ୍ମକ ଡିଜାଇନ୍ ଓ ଆଧୁନିକ ଟେକ୍ନିକ୍ର ସମନ୍ୱୟ ଏହାକୁ ଏକ ଭିନ୍ନ ରୂପ ଦେଇଛି। ଦର୍ଶନ ପାଇଁ କେବଳ ଅନୁଗୁଳ ସହର ନୁହେଁ ବରଂ ଆଖପାଖ ଅଞ୍ଚଳରୁ ମଧ୍ୟ ଶ୍ରଦ୍ଧାଳୁ ଓ ଦର୍ଶକମାନଙ୍କ ଭିଡ ଜମୁଛି। ସୁରକ୍ଷା ଓ ଶୃଙ୍ଖଳା ପାଇଁ କ୍ଲବ ପକ୍ଷରୁ ସ୍ବୟଂ ସେବକ ମାନେ ନିଯୁକ୍ତ ହୋଇଛନ୍ତି।