ମୁଖ୍ୟ ଖବର

ଗଛରେ ରାଖୀ ବାନ୍ଧି ରକ୍ଷାବନ୍ଧନ ପାଳିତ, ଗଛ ନ କାଟିବା ପାଇଁ ଶପଥ

By Angul TV Bureau

August 10, 2025

ଅନୁଗୁଳ: ଅନୁଗୁଳ ପୂଜ୍ୟପୂଜା ଅନୁଷ୍ଠାନ ଓ ଅନୁଗୁଳ ସୁରକ୍ଷା ମଞ୍ଚ ପଛୁଆ ବର୍ଗ ମହାସଂଘ ଆନୁକୂଲ୍ୟରେ ଗଛରେ ରାଖୀ ବାନ୍ଧି ଜଙ୍ଗଲ ସୁରକ୍ଷା ଓ ଗଛ ନ କାଟିବା ପାଇଁ ଶପଥ ନିଆଯାଇଛି।

ବରିଷ୍ଠ ଉପଦେଷ୍ଟା ତଥା ଆବାହକ ଜୟନ୍ତ କୁମାର ସାହୁ, ଅନୁଗୁଳ ସୁରକ୍ଷା ମଞ୍ଚ ଓ ପୂଜ୍ୟପୂଜା ଅନୁଷ୍ଠାନର ସଭାପତି ପ୍ରବୋଧ କୁମାର ସ୍ବାଇଁଙ୍କ ଆୟୋଜନରେ  ସୁସୁଡ଼ା ଶ୍ମଶାନ ପଡ଼ିଆ ଜମିରେ ସୃଷ୍ଟି ହୋଇଥିବା ଜଙ୍ଗଲରେ ରାଖୀ ବାନ୍ଧି ଶହ ଶହ ମହିଳା ଓ ପୁରୁଷ ଜଙ୍ଗଲ ସୁରକ୍ଷା ଶପଥ ନେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗୀତାଞ୍ଜଳି ଭୋଇ, ପଙ୍କଜିନୀ ନାଏକ, ଯୁବ କଂଗ୍ରେସ ଉପସଭାପତି ଅଭିଷେକ ନାୟକ, ଶଙ୍କର ବେହେରା, ସାହିଲ ନାଏକ, ସୁନିଲ ବେହେରା, ସୁନିଲ ଗୋଚ୍ଛାୟତ, ଅସିତ ବେହେରା, ଅନ୍ତର୍ଯ୍ୟାମୀ ନାଏକ, ଅଶୋକ ନାଏକ, ବିକ୍ରମ ନାଏକ, ସୁମନ ନାଏକ, ରିନା ଗୋଚ୍ଛାୟତ, ଅଳସୀ, ରିଙ୍କି ଦୂଲଣା  ବିବେକ ପ୍ରମୁଖ ଉପସ୍ଥିତ ଥିଲେ।