ମୁଖ୍ୟ ଖବର

ଅନୁଗୁଳ ପୂଜ୍ୟ ପୂଜା ଅନୁଷ୍ଠାନ ପକ୍ଷରୁ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

By Angul TV Bureau

January 05, 2025

ଅନୁଗୁଳ: ସ୍ଥାନୀୟ ପୂଜ୍ୟପୂଜା ଅନୁଷ୍ଠାନ ପକ୍ଷରୁ ପ୍ରବୋଧ କୁମାର ସ୍ବାଇଁଙ୍କ ନିଦର୍ଶନରେ ଏକ ସର୍ବଦଳୀୟ ସର୍ବଧର୍ମ ଶୋକ ସଭା ଆୟୋଜିତ ହୋଇଛି। ଏ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସଂକୀର୍ତ୍ତନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶୋକ ସଭାରେ ଜଗଦାନନ୍ଦ ପ୍ରଧାନ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଅନୁଗୁଳ କଲେଜର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଯୋଗ ଦେଇ ଶ୍ରୀ ସିଂହଙ୍କ ଅର୍ଥନୀତି ପ୍ରତି ଥିବା ଜ୍ଞାନ ବିଷୟରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ କଲେଜର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା, କଂଗ୍ରେସ ନେତା ଦିଗାମ୍ବର ଗଡନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀ ସିଂ ଦେଶର ଅର୍ଥ ମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ସମୟରେ ଅର୍ଥ ବ୍ୟବସ୍ଥା କିପରି ଥିଲା ଏବଂ ପରେ ଅର୍ଥ ବ୍ୟବସ୍ଥା କିଭଳି ସୁଦୃଢ଼ ହୋଇଛି ସେ ନେଇ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କଂଗ୍ରେସ ନେତା ବଲବୀର ସିଂ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଜୟନ୍ତ କୁମାର ସାହୁ, କଂଗ୍ରେସ ନେତା ଟିକନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।