ମୁଖ୍ୟ ଖବର

କଦଳୀ ବେରେଣୀରେ କଙ୍ଗାରୁକୋର୍ଟ ! ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ

By Angul TV Bureau

July 21, 2025

ଅନୁଗୁଳ: ଅନୁଗୁଳରେ କଙ୍ଗାରୁକୋର୍ଟ। ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ କଦଳୀ ବେରେଣୀ ଗାଁରେ ବୃଦ୍ଧ ଦମ୍ପତିଙ୍କୁ ସାମାଜିକ ବାସନ୍ଦ କରି ଦୀର୍ଘ ବର୍ଷ ଧରି ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପୁରୁଣାକୋଟ ଥାନାରେ ବାରମ୍ୱାର ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ସମାଧାନ ନ ହେବାରୁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଦମ୍ପତି।

ପ୍ରକାଶ ଯେ ଜମିବାଡ଼ି ମାମଲାକୁ ନେଇ ପୁରୁଣାକୋଟ ଥାନା ଅନ୍ତର୍ଗତ କଦଳୀ ବେରେଣୀ ଗାଁର ଗୋବିନ୍ଦ ଚନ୍ଦ୍ର ସାହୁ (୭୫) ଓ ସୁମିତ୍ରା ସାହୁଙ୍କୁ (୬୭)ଙ୍କୁ ଗାଁରେ କଙ୍ଗାରୁ କୋର୍ଟ କରି ସାମାଜିକ ବାସନ୍ଦ କରାଯାଇଛି। ଗାଁ ସଭାପତି ଓ ସମ୍ପାଦକ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଏନେଇ ଥାନା ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଶୁଣି ନଥିଲେ। ଏଣୁ ଏସପିଙ୍କୁ ଅଭିଯୋଗ କରିଥିଲେ ବୃଦ୍ଧ ଦମ୍ପତି। ଏସପିଙ୍କ ନିର୍ଦ୍ଦେଶକ୍ରମେ ପୁରୁଣାକୋଟ ଥାନା ଅଧିକାରୀ ସନ୍ତୋଷ ଜେନା ଗାଁକୁ ଯାଇ ସଭାପତି ଓ ସମ୍ପାଦକଙ୍କୁ ପଚାରି ବୁଝାବୁଝି କରିଥିବା ଜଣାପଡ଼ିଛି।