ଘଟଣା ଓ ଦୁର୍ଘଟଣା

୮ ଫୁଟ୍‌ର ଅଜଗର ଓ ୩ ଫୁଟ୍‌ର ନାଗ ଉଦ୍ଧାର

By Angul TV Bureau

July 19, 2025

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ମଝିକା ଓ ମାଛ ମାର୍କେଟ ନିକଟରୁ ୨ଟି ସାପ ଉଦ୍ଧାର କରାଯାଇଛି। ସର୍ପମିତ୍ର ଆଦିତ୍ୟ ବେହେରା ଏହି ଦୁଇ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଗୁରୁବାର ରାତିରେ ମଝିକା ଗାଁରେ ଥିବା ପିତାବଳୀ ଠାକୁରାଣୀଙ୍କ ପୀଠ ନିକଟରେ ଏକ ଅଜଗର ସାପ ରହିଥିଲା। ସ୍ଥାନୀୟ ଳୋକମାନେ ସାପ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ସର୍ପମିତ୍ର ଆଦିତ୍ୟ ବେହେରା ସାଥୀ ସିତୁ ସିଂ, କାହ୍ନା ସିଂ ୮ଫୁଟ୍‌ର ଅଜଗରକୁ ଉଦ୍ଧାର କରିଥିଲେ। ସେହିପରି ଶୁକ୍ରବାର ମଧ୍ୟାହ୍ନରେ ମାଛ ମାର୍କେଟ୍‌ ନିକଟରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଜଣେ ବ୍ୟକ୍ତି ତାଙ୍କ ସ୍କୁଟି ଛିଡ଼ା କରି ହୋଟେଲରେ ଖାଉଥିବା ବେଳେ ତାଙ୍କ ଗାଡ଼ିରେ ୩ ଫୁଟ୍‌ର ନାଗ ପଶି ଯାଇଥିଲା। ଖବର ପାଇ ଶ୍ରୀ ବେହେରା ସ୍କୁଟି ଭିତରୁ ନାଗକୁ ଉଦ୍ଧାର କରିଥିଲେ। ପରେ ଦୁଇ ସାପକୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡ଼ି ଦିଆଯାଇଛି।