ମୁଖ୍ୟ ଖବର

ଦୁଇ ଦିନ ଭୀଷଣ କାଳବୈଶାଖୀ

By Angul TV Bureau

May 03, 2025

ଭୁବନେଶ୍ୱର:  କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଆହୁରି ଭୟଙ୍କର ହେବା ଆଶଙ୍କାରେ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୫୦ ରୁ ୬୦ କିମି ବେଗରେ ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଏହି ସମୟରେ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ମଧ୍ୟ ଆକଳନ କରାଯାଇଛି।ଶନିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ ଓ ଯାଜପୁର ଆଦି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ଼ର ଆଶଙ୍କା ରହିଛି। ଏହି ଜିଲ୍ଲା ଗୁଡି଼କରେ ଘଣ୍ଟା ପ୍ରତି ପବନର ବେଗ ୫୦ ରୁ ୬୦ କିମି ବହିପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜଆଲର୍ଟ ଜାରି କରିଛି।ସେହିପରି ଅନୁଗୁଳ, ଢେଙ୍କାନାଳ କୋରାପୁଟ, କନ୍ଧମାଳ, ରାୟଗଡ଼ା, ନୟାଗଡ, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଆଦି ୨୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦-୫୦ କିମି ରହିବା ନେଇ ଆକଳନ କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋଆଲର୍ଟ ଜାରି କରିଛି।