ମୁଖ୍ୟ ଖବର

ତାତିରୁ ମିଳିଲା ତ୍ରାହି: ଅନୁଗୁଳରେ ପ୍ରବଳ ପବନ ସହ ମୁଷଳ ଧାରାରେ ବର୍ଷା

By Angul TV Bureau

May 18, 2023

ଅନୁଗୁଳ: ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହୋଇଯାଇଥିବା ଅନୁଗୁଳବାସୀ ଆଜି ଟିକେ ଆଶ୍ବସ୍ତି ଲାଭ କରିଛନ୍ତି। ଆଜି ଅପରାହ୍ନରେ ପ୍ରବଳ ବେଗରେ ଝଡ ତୋଫାନ ସହ କୁଆ ପଥର ବୃଷ୍ଟି ହୋଇଥିଲା। ଏଥିସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ମୁଷଳଧାରାରେ ବର୍ଷା ହେବା ଯୋଗୁ ଲୋକେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ତେବେ ପ୍ରବଳ ବର୍ଷା ସାଙ୍ଗକୁ ଖୁବ ଜୋରରେ ପବନ ହେବ ଯୋଗୁଁ ସହରର ବହୁ ଗଛ ଭାଙ୍ଗି ରାସ୍ତା ଓ ବିଦ୍ୟୁତ ତାର ଉପରେ ପଡିଥିଲା। ଫଳରେ ବିଦ୍ୟୁତ ତାର ଛିଣ୍ଡି ସହରର ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି।