ଅନୁଗୁଳ: ରବିବାର ଅଧରାତିରେ ଝଡ଼ ବତାସ ଯୋଗୁଁ ଅନୁଗୁଳ ସହର ଭିତରେ ଅନେକ କ୍ଷୟକ୍ଷତି ଘଟିଛି।ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି,ବିଦ୍ୟୁତ୍ ଖୁଣ୍ଟ କେଉଁଠି ଭାଙ୍ଗି ଯାଇଛି ତ କେଉଁଠି ବଙ୍କା ହୋଇଯାଇଛି। ବିଶେଷକରି ଅମଲା ପଡ଼ା,ବସ୍ ଷ୍ଟାଣ୍ଡ,ମାଟିଆ ସାହି,ମିଶ୍ର ପଡ଼ା, ଖଲାରି ଆଦି ଅଞ୍ଚଳ ରେ ଅଧିକ ଗଛ ଡାଳ ଭାଙ୍ଗିଛି।ନେତାଙ୍କର ବଡ଼ ବଡ଼ ହୋର୍ଡିଂ ଉଡ଼ିଯାଇଚି,ଉଠା ଚାଳିଆ ଦୋକାନ ଅନେକ ସ୍ଥାନରେ ମାଡ଼ି ବସିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଦମକଳ ବିଭାଗର ସହାୟତାରେ ଗଛ କଟା ଚାଲିଛି। ତେବେ ବିଦ୍ୟୁତ୍ ବିଭାଗର କର୍ମଚାରୀ ଅଭାବ ହେତୁ କିଛି ସ୍ଥାନରେ ସକାଳ ଆଠଟା ପର୍ଯ୍ୟନ୍ତ ମରାମତି କାମ ଆରମ୍ଭ ହୋଇପାରି ନାହିଁ। ତେଣୁ ଏସବୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ଠିକ୍ କରିବାକୁ ବିଳମ୍ବ ହୋଇପାରେ।