ମୁଖ୍ୟ ଖବର

୫ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ, ଅନୁଗୁଳରେ ୩ୟ ସର୍ବାଧିକ ବନ୍ୟପ୍ରାଣୀ ମୃତ

By Biswaranjan Pattnaik

March 27, 2025

ଅନୁଗୁଳ: ପାଞ୍ଚ ବର୍ଷରେ ରାଜ୍ୟରେ ମରିଛନ୍ତି ୨୮୩୨ ଟି ବନ୍ୟଜନ୍ତୁ। ସେଥିରୁ ୮୦୬ ଟିରେ ଅବୈଧ ଶିକାର କରାଯାଇଛି। ଅନ୍ୟପଟେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୭୯୯ ଜଣଙ୍କ ପ୍ରାଣହାନି ଘଟିଛି। ପୋଚିଂ ତଥା ଅନ୍ୟାନ୍ୟ ମାମଲାରେ ମୋଟ୍‌ ୪୦୪୩ ଲୋକଙ୍କୁ ଗିରଫ କରାଯାଇଛି। ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ।

ମନ୍ତ୍ରୀ କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ଢେଙ୍କାନାଳ ଡିଭିଜନ୍‌ରେ ସର୍ବାଧିକ ୩୧୮ ଟି ବନ୍ୟପ୍ରାଣୀ ମରିଛନ୍ତି। ଆଠଗଡ଼ ଡିଭିଜନ୍‌ରେ ଦ୍ଵିତୀୟ ସର୍ବାଧିକ ୧୯୭ ଓ ଅନୁଗୁଳରେ ତୃତୀୟ ସର୍ବାଧିକ ୧୫୧ ଟି ବନ୍ୟପ୍ରାଣୀ ମରିଛନ୍ତି। ତା’ପଛକୁ କେଉଁଝରରେ ୧୨୯ ଓ ବାଲେଶ୍ୱରରେ ୧୧୭ ଟି ବନ୍ୟ ପ୍ରାଣୀ ମରିଥିବା ରିପୋର୍ଟ ହୋଇଛି। ୮୦୬ ଟି ପୋଚିଂ ମାମଲାରୁ ୭୭ ଟି ଢେଙ୍କାନାଳ ଡିଭିଜନ ଓ ୫୫ ଟି ଆଠମଲ୍ଲିକ ଡିଭିଜନରେ ଘଟିଛି। ସେହିଭଳି ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଢେଙ୍କାନାଳ ଡିଭିଜନରେ ୧୪୭ ଜଣ ମରିଥିବା ବେଳେ ଅନୁଗୁଳ ଡିଭିଜନରେ ୭୬ ଜଣ ମରିଛନ୍ତି।

ଅନ୍ୟପଟେ ପ୍ରତି ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି।