ମୁଖ୍ୟ ଖବର

ରେଙ୍ଗାଳୀରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସମୀକ୍ଷା ବୈଠକ, ସବୁ ଅଞ୍ଚଳକୁ ପିଇବା ପାଣି ଯୋଗାଇବାକୁ ବିଧାୟକଙ୍କ କଡ଼ା ନିର୍ଦ୍ଦେଶ

By Angul TV Bureau

April 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳୀ ଓଏଚପିସି ଅତିଥି ଭବନରେ ରେଙ୍ଗାଳୀ ପଞ୍ଚାୟତ ପାନୀୟ ଜଳ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ ପାନୀୟ ଜଳ ବିଷୟରେ ପଚାରି ବୁଝିଥିଲେ। ରେଙ୍ଗାଲି ଗ୍ରାମ ବାଲିପଶି ସାହି, ହାତୀଆ ଦଣ୍ଡା, ରେଙ୍ଗାଳୀ ବଜାର, ଗିରିଗିରିଆ ସାହି, ରେଙ୍ଗାଳୀ, କଲୋନୀର ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ।

ସେହିପରି ବିଦ୍ୟୁତ୍, ସ୍କୁଲ ଓ ଡାକ୍ତରଖାନାର ସୁପରିଚାଳନା ବିଷୟରେ ଆଲୋଚନା କରିଥିଲେ। ଏ ଅବସରରେ ବିଧାୟକ ୨ଟି ସୌରଚାଳିତ ପମ୍ପ ଲଗାଇବା ସହ ବଜାରରେ ଥଣ୍ଡା ପାନୀୟ ପ୍ରକଳ୍ପ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ରେଙ୍ଗାଳୀ ସରପଞ୍ଚ ପ୍ରଭାତୀ ସେଠୀ, ଡ୍ୟାମ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସମରେନ୍ଦ୍ର ବେହେରା, ଓଏଚପିସିର ସିନିୟର୍ ଜିଏମ ସରୋଜ କୁମାର ବହିଦାର, ଜିଏମ ସୁବ୍ରତ ଷଡ଼ଙ୍ଗୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ସରୋଜ ପ୍ରଧାନ, ଏସଡିଓ ଦାସମାତ ମୁର୍ମୁ,   ବରିଷ୍ଠ ନେତା ନୃସିଂହ ବରାଳ, ସୁମନ୍ତ ପ୍ରଧାନ, ଧ୍ରୁବ ଧୀର, ଭରତ କୁମାର ସାହୁ, ତରୁଣ ସାହୁ, ବଜାର କମିଟିର ଅକ୍ଷୟ ସାହୁ, ସଞ୍ଜୟ ସାହୁ, ଶତୃଘ୍ନ ପ୍ରଧାନ, ମନୋଜ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।