ଘଟଣା ଓ ଦୁର୍ଘଟଣା

ପୁଲିସ ବେଶରେ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିଲେ… ୨ ଜଣଙ୍କୁ ଉଠାଇ ନେଲା ଅନୁଗୁଳ ସଦର ପୁଲିସ

By Angul TV Bureau

May 18, 2025

ଅନୁଗୁଳ: ପୁଲିସ ବେଶରେ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିବା ୨ ଜଣଙ୍କୁ ଉଠାଇ ନେଇଛି ଅନୁଗୁଳ ସଦର ପୁଲିସ।

ରବିବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ନିକଟରେ ଦୁଇ ଜଣ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ଏଥିସହ ଲୋକଙ୍କ ଠାରୁ ମଧ୍ୟ ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ପହଞ୍ଚିବା ସହ ଦୁଇ ଜଣଙ୍କ ନିଜର ପରିଚୟ ମାଗିଥିଲେ। କିନ୍ତୁ ସେମାନେ ସନ୍ତୋଷଜନକ ଉତ୍ତର ନରଖିବାରୁ ଦୁଇ ବ୍ୟକ୍ତିଙ୍କୁ ସଦର ଥାନା ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଏଥି ମଧ୍ୟରୁ ଜଣେ ବ୍ୟକ୍ତି ପୁଲିସବାହିନୀର ସବ ଇନ୍ସପେକ୍ଟର ୟୁନିଫର୍ମ ପିନ୍ଧିଥିବା ବେଳେ ଅନ୍ୟ ଜଣେ ସାଦା ପୋଷାକରେ ଥିଲେ। ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତିଙ୍କ କାନ୍ଧରେ କେବଳ ଦୁଇଟି ତାରା ଲାଗିଥିବା ବେଳେ କୌଣସି ବ୍ୟାଜ କି ଲୋଗୋ ନଥିଲା। ତେଣୁ ଉକ୍ତ ବ୍ୟକ୍ତି ପୁଲିସ, ଅବକାରୀ କିମ୍ବା ବନ ବିଭାଗର ବୋଲି ଜଣା ପଡ଼ିନାହିଁ। ପୁଲିସ ଦୁଇ ଜଣଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି।