ଅନ୍ୟାନ୍ୟ

ରଥଯାତ୍ରାରେ ଅନ୍ନ ସେବା ଯୋଗାଇଲେ ଅନୁଗୁଳ ଓକିଲ ସଂଘର କାର୍ଯ୍ୟକର୍ତ୍ତା, ମହତ କାର୍ଯ୍ୟକୁ ପ୍ରଶଂସା

By Angul TV Bureau

June 28, 2025

ଅନୁଗୁଳ: ରଥଯାତ୍ରା ଅବସରରେ ଜାତୀୟ ରାଜପଥସ୍ଥିତ ବଡଦାଣ୍ଡରେ ସେବା ଯୋଗାଇଛନ୍ତି ଅନୁଗୁଳ ଓକିଲ ସଂଘର କାର୍ଯ୍ୟକର୍ତ୍ତା। ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସେବା କାର୍ଯ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଭକ୍ତ ମାନଙ୍କୁ ଖେଚୁଡ଼ି, ତରକାରୀ, ଖଟା ଓ ହାଲୁଆ ବଣ୍ଟନ କରାଯାଇଥିଲା।

ସେବା କାର୍ଯ୍ୟରେ ଓକିଲ ସଂଘର ଉପସଭାପତି ପ୍ରତାପ ନାଏକ, ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ, ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ, ଗୋପାଳ ଚନ୍ଦ୍ର ନାଥ,ସୁଶୀଲ ପ୍ରଧାନ, ପ୍ରମୋଦ ମାଝୀ, ରମେଶ ସାହୁ, ସୋମନାଥ ରାଉତ, ତପନ ଦେହୁରୀ, ବିପିନ ସାହୁ, ଭୂପେଶ ପ୍ରଧାନ, ସନାତନ ପ୍ରଧାନ, ବିନୋଦ ମିଶ୍ର, ଯୋଗେଶ୍ୱର ପ୍ରଧାନ, ଧୀରେନ ପ୍ରଧାନ, ପାର୍ଥସାରଥୀ ପ୍ରଧାନ, ବିନୋଦ ସାମଲ, ମନୋରଞ୍ଜନ ଦାସ, ଗୋପାଳ ଅଗ୍ରୱାଲ, ପ୍ରେମାନନ୍ଦ ସାହୁ, ପ୍ରଦୀପ ଚନ୍ଦ୍ର ପ୍ରଧାନ, କୁଶ ସାହୁ, ପବିତ୍ର ମୁଦୁଲି, ବିରଞ୍ଚି ସାହୁ, ମିହିର ପଟ୍ଟନାୟକ ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ।