ମୁଖ୍ୟ ଖବର

ଶୈଳ ଶ୍ରୀକ୍ଷେତ୍ର ରଥ ନିର୍ମାଣ ପାଇଁକାଠ ଆସିଲା

By Biswaranjan Pattnaik

April 22, 2025

ଅନୁଗୁଳ: ଆଜି ଆସନ୍ତା ରଥ ଯାତ୍ରାକୁ ଆଖି ଆଗରେ ରଖି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ  ରଥ କାଠ ଅଣାଯାଇଛି। ଜରପଡା ରେଞ୍ଜ କତଡା କମ୍ପାଟମେଣ୍ଟ ସିମିଳିପଥର ଜଙ୍ଗଲରୁ ବାନ୍ଧଣ, ଶାଳ ଓ ଧଉରା ଗଛ ୨୧ ଗୋଟି କଟାଯାଇ ରଥ ଖଳାକୁ ଅଣାଯାଇଛି। ଗଛ ଗୁଡ଼ିକ କଟା ଯିବା ପୂର୍ବରୁ ବିଭାଗୀୟ ଅନୁମତି ନିଆଯିବା ସହ ପାରମ୍ପରିକ ନୀତି କାନ୍ତି ସହ ପୂଜାର୍ଚ୍ଚନା ପରେ ଗଛ କଟା ଯାଇଥିଲା। ରଥ କାଠ ଗଣ୍ଡି ଗୁଡ଼ିକ ବଡ଼ ଦାଣ୍ଡରେ ପହଞ୍ଚିବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହାକୁ ସ୍ବାଗତ କରାଯାଇସୁରକ୍ଷିତ ଭାବେ ରଖା ଯାଇଥିଲା।