ମୁଖ୍ୟ ଖବର

ଶୈଳ ଶ୍ରୀକ୍ଷେତ୍ର ରଥ ଯାତ୍ରା ନୀତି ନିର୍ଘଣ୍ଟ ଚୁଡାନ୍ତ

By Biswaranjan Pattnaik

July 04, 2024

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ରଥଯାତ୍ରା ୨୦୨୪ ର ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଯାଇଛି।ଏଥିନେଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ରଥ ଯାତ୍ରା ଠାରୁ ସୁନାବେଶ ତଥା ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ପ୍ରକାଶ କରିଥିଲେ ।

ମିଳିଥିବା ସୂଚନା ମୁତାବକ ସାତ ତାରିଖ ରବିବାର ବଡି ଭୋର ସମୟରୁ ଦ୍ଵାର ଫିଟା,ମଙ୍ଗଳ ଆଳତି ,ସେନାପଟା ଲାଗି,ଅବକାଶ ନୀତି,ରୋଷ ହୋମ ଆଦି ସରିବା ପରେ ସାଢେ଼ ପାଞ୍ଚଟା ସମୟରେ ବେଶ ଲାଗି,ସୂର୍ଯ୍ୟପୂଜା,ଦ୍ବାର ପାଳ ପୂଜା,ଗରୁଡ଼ ପୂଜା, ବାଳ ଧୂପ ଲାଗି ଆଦି ଅନୁଷ୍ଠିତ ହେବ।ସକାଳ ସାଢେ଼ ୭ଟା ସମୟରେ ରଥ ପ୍ରତିଷ୍ଠା ଓ ଚାର ମାଳ ଲାଗି ହେବ।୮ଟା ବେଳେ ଶ୍ରୀ ଜୀଉ ମାନଙ୍କର ମଙ୍ଗଳାର୍ପଣ ନୀତି ପରେ ସକାଳ ୯ ଟା ସମୟରେ ପହଣ୍ଡି, ରଥାରୂଢ଼,ବେଶ ଲାଗି ଅନୁଷ୍ଠିତ ହେବ।ପୂର୍ବାହ୍ନ ୧୧ ଟା ସମୟରେ ମଦନ ମୋହନ ରଥକୁ ବିଜୟ କରିବେ।ଅପରାହ୍ନ ୧୨ ଟାରେ ଛେରା ପହଁରା, ଚାରମାଳ ଉଲାଗୀ ଏବଂ ସାରଥୀ ଯୋଚା ଯିବ ।ଅପରାହ୍ନ ୨:୩୦ ମିନିଟ ରେ ରଥ ଟଣା ଆରମ୍ଭ ହେବ ।ସନ୍ଧ୍ୟା ୬:୩୦ ସୁଦ୍ଧା ରଥ ଗୁଡ଼ିକ ଶ୍ରୀ ଗୁଣ୍ଡିଚା ଚକଡା଼ ରେ ପ୍ରବେଶ କରିବ ।ଆଠ ତାରିଖ ସୋମବାର ଅପରାହ୍ନ ପାଞ୍ଚଟା ସମୟରେ ଶ୍ରୀ ଜିଉ ମାନଙ୍କ ରଥାବତରଣ ଓ ଗୋଟି ପହଣ୍ଡି ରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ ।୧୧ ତାରିଖରେ ହେରା ପଞ୍ଚମୀ,୧୩ ତାରିଖରେ ପର୍ଶୁରାଷ୍ଟମି ଅନୁଷ୍ଠିତ ହେବ ।ସେହିପରି ୧୫ ତାରିଖରେ ବାହୁଡ଼ା ଯାତ୍ରା ଏବଂ ୧୭ ତାରିଖରେ ସୁନା ବେଶ ଅନୁଷ୍ଠିତ ହେବ ।୧୮ ତାରିଖ ଦିନ ସନ୍ଧ୍ୟାରେ ନୀଳାଦ୍ରି ବିଜୟ ଆୟୋଜିତ ହେବା।ରଥ ଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ମନ୍ଦିର କମିଟି ପକ୍ଷରୁ ପରିମଳ,ଆଲୋକ,ପିଇବା ପାଣି ଏବଂ ସୁରକ୍ଷା ବ୍ୟବସ୍ଥା ର ବ୍ୟାପକ ଆୟୋଜନ କରାଯାଇଛି। ଶ୍ରୀ ଗୁଣ୍ଡିଚା ମନ୍ଦିରରେ ୮ ତାରିଖରୁ ୧୪ ତାରିଖ ଏବଂ ସିଂହ ଦ୍ୱାର ନିକଟରେ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ଦୀର ପରିଚାଳନ କମିଟିର ଉପସଭାପତି ଭବାନୀ ପ୍ରସାଦ ମିଶ୍ର,ସମ୍ପାଦକ ହେମନ୍ତ କୁମାର ଦାସ,ସହ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କେ. ଶ୍ରାବଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ।