କଳା ଓ ସଂସ୍କୃତି

ସମଲସ୍ଥିତ ମା’ ତାରିଣୀ ମନ୍ଦିର ବାର୍ଷିକ ଚୈତ୍ର ପର୍ବ: ମନ୍ତ୍ରମୁଗ୍ଧ କଲା ଶ୍ରୀଚରଣଙ୍କ ଭକ୍ତିରସ ଭଜନ

By Angul TV Bureau

April 13, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ହାଇସ୍କୁଲ ଛକ ସ୍ଥିତ ମା’ ତାରିଣୀ ମନ୍ଦିରରେ ବାର୍ଷିକ ଚୈତ୍ର ପର୍ବ ଆୟୋଜିତ ହୋଇଛି। ଶନିବାର ସକାଳୁ ବହୁ ମହିଳା ଓ ପୁରୁଷ କଳସ ଯାତ୍ରା କରିଥିଲେ। ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଏକ ଶୋଭାଯାତ୍ରାରେ କଳସରେ ଜଳ ଆଣି ଯଜ୍ଞ ସ୍ଥଳରେ ସ୍ଥାପନା ହୋଇଥିଲା। ଏହାପରେ ରୀତିନୀତି ଅନୁଯାୟୀ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ମା’ଙ୍କ ଦର୍ଶନ ପାଇଁ ଦିନ ସାରା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ସଂଧ୍ୟାରେ ପୂର୍ଣ୍ଣାହୂତି ହେବା ସହ ସମସ୍ତଙ୍କ ନିମନ୍ତେ ପ୍ରସାଦ ସେବନ ହୋଇଥିଲା।

ଏ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ଗାୟକ ଶ୍ରୀଚରଣ ଓ କଣ୍ଠଶିଳ୍ପୀ ସୀମା ମହାପାତ୍ର ଯୋଗ ଦେଇ ସୁମଧୁର ଭଜନ ପରିବେଷଣ କରିଥିଲେ। ପୂରା କାର୍ଯ୍ୟକ୍ରମକୁ କମିଟି ସଭାପତି ତୋଷମଣୀ ସାହୁ, ସମ୍ପାଦକ ସୁବାଷ ପ୍ରଧାନ, ସରୋଜ ଦାସଙ୍କ ସମେତ ମନ୍ଦିର କମିଟି ସଦସ୍ୟ, ଡ୍ରାଇଭର ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ, ସ୍ଥାନୀୟ ଅଞ୍ଚଳର ଯୁବକ ପରିଚାଳନା କରିଥିଲେ।