ଅନ୍ୟାନ୍ୟ

ଅନୁଗୁଳ ସରସ ମେଳା ଉଦଘାଟିତ

By Angul TV Bureau

September 06, 2023

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ବିଜୁ ମୈଦାନଠାରେ ଅନୁଗୁଳ ସରସ ମେଳା ଉଦଘାଟିତ ହୋଇଯାଇଅଛି ।ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଫିତା କାଟି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଅଛନ୍ତି ।ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀ ସହିତ ଖାଦ୍ୟ ସାମଗ୍ରୀ ଆଦି ପ୍ରଦର୍ଶନ ଓ ବିକ୍ରୟ କରାଯିବା ନେଇ ଆୟୋଜକ ମାନେ ପ୍ରକାଶ କରିଛନ୍ତି ।ପିଲାମାନଙ୍କ ପାଇଁ ଦୋଳି ସାଙ୍ଗକୁ ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୁଚନା ଦିଆଯାଇଛି।