ମୁଖ୍ୟ ଖବର

ମହାଶିବରାତ୍ରିରେ ହାତୀ ଆକ୍ରମଣ: ସକାଳୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତ ଦେହ

By Angul TV Bureau

February 27, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତରଭା ଗାଁର ଅନୀଲ ଭୋଇ।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଅନିଲ କାମ ସାରି ନିଜ ଗାଁ ତରଭା ଆଡ଼କୁ ଯାଉଥିଲେ। ବାଟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଶିବରାତ୍ରି ଥିବାରୁ ସେ କୁଆଡ଼େ ବୁଲିବାକୁ ଯାଇଥିବ ଭାବି ପରିବାର ଲୋକେ ଆଉ ରାତିରେ ଖୋଜି ନଥିଲେ। ଆଜି ସକାଳୁ ଅନୀଲଙ୍କ ମୃତ ଶରୀର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରେ ଘଟଣା ବିଷୟରେ ବନ ବିଭାଗକୁ ଖବର ଜଣାଇବା ପରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ  ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।ପ୍ରାଥମିକ ଅନୁସନ୍ଧାନରୁ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡୁଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି।