ଅନ୍ୟାନ୍ୟ

ଷଷ୍ଠ ଅନୁଗୁଳ ସପିଙ୍ଗ୍ ଫେଷ୍ଟିଭାଲ୍ ଉଦଘାଟିତ, ୨୬ ଯାଏଁ ମନ ପସନ୍ଦର ଜିନିଷ କିଣିପାରିବେ ଗ୍ରାହକ

By Angul TV Bureau

March 19, 2025

ଅନୁଗୁଳ: ବିଜୁ ମୈଦାନଠାରେ ଷଷ୍ଠ ଅନୁଗୁଳ ସପିଙ୍ଗ୍ ଫେଷ୍ଟିଭାଲ୍ ସୋମବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ସମ୍ମାନିତ ଅତିଥି ଭାବରେ ଅନୁଗୁଳ ଡାକ୍ତରଖାନାର ଶଲ୍ୟ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ପଣ୍ଡା ଓ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ ଯୋଗଦେଇଥିଲେ।

ଏହି ସପିଙ୍ଗ୍ ଫେଷ୍ଟିଭାଲରେ ନିଜ ମନ ପସନ୍ଦର ଜିନିଷ କିଣି ନେବାର ବ୍ୟବସ୍ଥା ରହିଛି ବୋଲି ଅତିଥିମାନେ କହିଥିଲେ। ମାର୍ଚ୍ଚ ୧୭ ତାରିଖଠାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ ଚାଲିବ। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଷ୍ଟଲ୍  ପ୍ରଦର୍ଶିତ ହେଉଛି। ଏଥିସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ବୋଲି ମେଳାର ଆବାହକ ସଞ୍ଜୟ କୁମାର ସାହୁ କହିଛନ୍ତି।