ମୁଖ୍ୟ ଖବର

ଅନୁଗୁଳ ଷ୍ଟାଡିୟମ ଏବେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ

By Biswaranjan Pattnaik

August 24, 2022

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ଜିଲ୍ଲା କ୍ରୀଡାର ଏନ୍ତୁଡ଼ିଶାଳ। ଗ୍ୟାଲେରୀ ଭାଙ୍ଗିରୁଜି ଗଲେବି ପ୍ରତିଦିନ ଶହ ଶହ ଲୋକ ଓ କ୍ରୀଡ଼ାବିତ ଏଠାକୁ ଖେଳ ଅଭ୍ୟାସ ପାଇଁ ଆସିଥାନ୍ତି। ଜିଲ୍ଲା କ୍ରୀଡା ସଂସଦ ଏହାର ଦେଖା ଶୁଣା କରିଥାଏ।

କିନ୍ତୁ ସଂସଦର ଏବେ ଅନାଥ ଅବସ୍ଥା ତେଣୁ ଏଇ ସୁଯୋଗରେ ସଞ୍ଜ ନଇଁଲେ ଷ୍ଟାଡିୟମ ଭିତରେ ନିଶାଖୋରଙ୍କ ଆଡ୍ଡା ଜମୁଛି। ଚଉଦରୁ କୋଡିଏ ବର୍ଷ ବୟସର ଯୁବକ ମାନେ ଗ୍ୟାଲେରୀ ତଳେ ମଦ୍ୟ ପାନ କରିବା ସହ ସିଗାରେଟ ଏବଂ ଅନ୍ୟ ନିଷିଦ୍ଧ ଡ୍ରଗ୍ସ ଖାଉଛନ୍ତି ଏହାଦ୍ୱାରା ଖେଳାଳୀ ମାନେ ଅଭ୍ୟାସ କରିବାକୁ ସନ୍ଧ୍ୟାରେ ଡରୁଛନ୍ତି। ତେଣୁ ଜିଲ୍ଲା ପୋଲିସ ପକ୍ଷରୁ ନିଶାଖୋରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି ।