ମୁଖ୍ୟ ଖବର

ଆରଏସଏସକୁ ବ୍ୟାନ କରିବା ସହ ଛାତ୍ର କଂଗ୍ରେସ ରାଜ୍ୟ ସଭାପତିଙ୍କ ମୁକ୍ତି ଦାବି, ଅନୁଗୁଳ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

By Angul TV Bureau

February 04, 2025

ଅନୁଗୁଳ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଛାତ୍ର କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ମାତ୍ର ନୂଆ ରୂପରେଖ ଓ ମିଥ୍ୟା ଅଭିଯୋଗରେ ଛାତ୍ର ନେତାଙ୍କୁ ଗିରଫ କରାଯାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏ ଅବସରରେ କଂଗ୍ରେସ ପକ୍ଷରୁ କୁହାଯାଇଥିଲା, ସମ୍ବିଧାନ ଓ ଜାତୀୟ ପତାକା ବିରୋଧୀ ଆରଏସଏସକୁ ବ୍ୟାନ କରିବା ସହ ତୁରନ୍ତ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ଓ ଅନ୍ୟମାନଙ୍କୁ ହାଜତରୁ ମୁକ୍ତ କରା ନଗଲେ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ଉଭୟ ରାଜ୍ୟ ସରକାର ଓ ପୋଲିସ ବିଭାଗ ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ତରଫରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ସହ ଛାତ୍ର ନେତା ମାନସ ବିଶ୍ୱାଳ, ବିଭୂତି ଭୂଷଣ ଦେହୁରୀ, ଦେବାଶିଷ ଦେହୁରୀ, ସୁରଜ ପରିଡ଼ା, ଦେଶରାଜ ପ୍ରଧାନ, ଯୁବ ନେତା ସୁଜିତ ଦେହୁରୀ, ସନ୍ତୋଷ ଦେହୁରୀ, ସଂଗ୍ରାମ ବେହେରାଙ୍କ ସହ ବହୁ ଛାତ୍ର ଉପସ୍ଥିତ ଥିଲେ।