ମୁଖ୍ୟ ଖବର

ଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ

By Biswaranjan Pattnaik

December 19, 2023

ଅନୁଗୁଳ: କଟକ ଉଚ୍ଚ ନ୍ୟାୟାଳୟ ଜଷ୍ଟିସ ଗତିକୃଷ୍ଣ ମିଶ୍ର ଅଡିଟରୀୟମରେ ଗତ ୧୭ ତାରିଖରେ ୨୦୨୪ ପାଇଁ ଜୁଡ଼ିଶିଆଲ କ୍ୟାଲେଣ୍ଡର ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ୧୨ ଟି ସ୍କୁଲ ପିଲାଙ୍କ ପେଣ୍ଟିଂ ରହିଛି। ଏଥିପାଇଁ ରାଜ୍ୟ ସ୍ତରରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୋଟ ୧୭୮୨ ଟି ପେଣ୍ଟିଂ ମଧ୍ୟରୁ ଚୁଡାନ୍ତ ୧୨ ଗୋଟି ପେଣ୍ଟିଂ ବଛା ଯାଇଥିଲା।ଚୁଡାନ୍ତ ପର୍ଯ୍ୟାୟରେ ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ସାବିତ୍ରୀ ରଥ ଓ ଜଷ୍ଟିସ ଗୌରୀ ଶଙ୍କର ଶତପଥୀ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି କ୍ୟାଲେଣ୍ଡରରେ ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ ଏରିଆ ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଆଶୀର୍ବାଦ ଦାସଙ୍କ ଏକ ପେଣ୍ଟିଂ ରହିଛି।ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।