ଘଟଣା ଓ ଦୁର୍ଘଟଣା

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ

By Angul TV Bureau

June 12, 2025

ତାଳଚେର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଅଟକ ଯୁବକ ହେଲେ ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ଅଞ୍ଚଳର ସୁନୀଲ ପ୍ରଧାନ (୨୦)। ନାବାଳିକାର ଡାକ୍ତରୀମାଇନା କରାଯାଇଛି। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।

ସୂଚନା ମୁତାବକ, ଗୁରୁବାର ପ୍ରାୟ ସାଢ଼େ ୧୨ଟା ବେଳେ ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ୍‌‍ ଦେଇ ପ୍ରଲୋଭିତ କରିବା ସହ ଘରୁ ବାହାରକୁ ଡାକି ନେଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି। ନାବାଳିକା ଚିତ୍କାର କରିବାରୁ ଯୁବକ ଜଣଙ୍କ ନାବାଳିକାକୁ ଛାଡ଼ି ପଳାଇଥିଲା। ନାବାଳିକା ଘରକୁ ଆସି ଏ ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ନାବାଳିକାକୁ ଟଙ୍କା ଦେଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ନ ଜଣାଇବା ପାଇଁ ଯୁବକ ଜଣକ କହିଥିବା ଝିଅର ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି।