ଘଟଣା ଓ ଦୁର୍ଘଟଣା

ଝିଅକୁ ସ୍କୁଲ ନେଇଯିବା ବେଳେ ଧକ୍କା ଦେଲା ଟ୍ରକ: ମା’ ମୃତ, ଝିଅ ଗୁରୁତର

By Angul TV Bureau

July 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ସ୍ଥିତ ଏକ ସ୍କୁଲକୁ ଝିଅକୁ ଛାଡ଼ିବାକୁ ଯିବା ବେଳେ ମା’କୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ମୃତ୍ୟୁ। ମୃତକ ହେଲେ ପ୍ରବୀଣା ସାହୁ (୪୨)। ଦୁର୍ଘଟଣାରେ ୧୦ ବର୍ଷର ଝିଅ ସାନଭିକା କୁମାରୀ ସାହୁ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଦେଉଳବେଡ଼ାସ୍ଥିତ ଡିଏଭି ସ୍କୁଲରେ ଝିଅକୁ ଛାଡ଼ିଯିବା ସମୟରେ ଗ୍ରୀନଗ୍ରାସ ଷ୍ଟାଡିୟମ ଠାରେ ପ୍ରବୀଣାଙ୍କ ସ୍କୁଟି ଉପରେ ପଛ ପଟୁ ଆସୁଥିବା ଏକ ଟ୍ରକ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ପ୍ରବୀଣାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ସାନଭିକା କୁମାରୀ ସାହୁ ଗୁରୁତର ଆହତ ହୋଇଛନ୍ତି। ଝିଅକୁ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି। କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ରାସ୍ତାରୋକ ସହ ଚାପା ଉତ୍ତେଜନା ଦେଖାଦେଇଛି। ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି।