ଘଟଣା ଓ ଦୁର୍ଘଟଣା

ଜଣଙ୍କୁ ଧକ୍କା ଦେଇ ପୋଲ ଉପରେ ଝୁଲିଲା ଟ୍ରକ, ଯୁବକ ମୃତ

By Angul TV Bureau

August 25, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି କୋଲକରିଡର ରାସ୍ତାରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରେ ଝୁଲିଲା ଟ୍ରକ। ସେପଟେ ଧକ୍କା ଦେଇଥିବା ବ୍ୟକ୍ତିଙ୍କର ପୋଲ ତଳେ ପଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଅଞ୍ଚଳର ଦୁଃଖବନ୍ଧୁ ସାହୁ। ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଦୁଃଖବନ୍ଧୁ ଭୁବନେଶ୍ଵରୀ କୋଲ କରିଡ଼ର ରାସ୍ତାର ପୋଲ ଉପରେ ଅପରାହ୍ନରେ ବସିଥିଲେ। ଏହି ସମୟରେ ଏକ କୋଇଲା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେବା ଫଳରେ ସେ ପୋଲ ତଳକୁ ଖସି ପଡ଼ି ପ୍ରାଣ ହରାଇଥିଲେ। ଟ୍ରକଟି ପୋଲ ଉପରେ ଝୁଲି ରହିଥିଲା। ଖବର ପାଇ ତାଳଚେର ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।