ମୁଖ୍ୟ ଖବର

ଓଆଇଏସଏଫ୍ ପୁଲିସ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

By Angul TV Bureau

April 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବଲଣ୍ଡା ଅଞ୍ଚଳରେ ଆଜି ସକାଳେ ଓଆଇଏସଏଫ୍ ପୁଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ମୃତକ ହେଲେ ସ୍ଥାନୀୟ ଗୁରୁଦ୍ୱାର ଅଞ୍ଚଳର ସୁଶାନ୍ତ ସାହୁ(୪୦)।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଆଜି ସକାଳେ ସୁଶାନ୍ତ ବଲଣ୍ଡା ବଜାରକୁ ପରିବା ପାଇଁ ଆସିଥିବା ବେଳେ ସାମ୍ନା ପଟୁ ଓଆଇଏସଫ୍ ର ପୋଲିସ ଗାଡ଼ି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବା ସହିତ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା କରି ଘଟଣାସ୍ଥଳରୁ ଗାଡ଼ି ଫେରାର ହୋଇ ଯାଇଛି।

ଖବର ପାଇ କଲିୟାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଚଳାଇଥିଲେ। ଆଲୋଚନା ପରେ ଆନ୍ଦୋଳନକାରୀ ରାସ୍ତାରୁ ଉଠିଥିଲେ। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।