ଘଟଣା ଓ ଦୁର୍ଘଟଣା

ଚୋରି ବେଳେ ଆସିଗଲେ ମାଲିକ: ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ନେଇ ଚୋର ଚମ୍ପଟ

By Angul TV Bureau

May 01, 2025

ଅନୁଗୁଳ: ଘରୁ ଚୋରି କରୁଥିବା ବେଳେ ଅଟକାଇବାରୁ ମରଣାନ୍ତକ ଆକ୍ରମଣ। ମାଲିକଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ସୂଚନା ମୁତାବକ, ଦେଉଳବେଡା ଅଞ୍ଚଳର ଅଶୋକ ଦାସଙ୍କ ପରିବାର ବୁଧବାର ଏକ ନିର୍ବନ୍ଧରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଘରେ କେହି ନ ଥିବାର ସୁଯୋଗ ପାଇ ଘରେ ଚୋର ପଶିଥିଲେ। କିନ୍ତୁ ସନ୍ଧ୍ୟାରେ ହଠାତ୍ ଅଶୋକ ଓ ତାଙ୍କ ଭଣଜା ଅସିତ ଘରକୁ ଫେରିଥିଲେ। ସେ ଦେଖିବା ବେଳକୁ ଘର ତାଲା ଭଙ୍ଗାଯାଇଥିଲା ଓ ଭିତରେ ଦୁଇ ଜଣ ପଶି ଚୋରି କରୁଥିଲେ। ଅଶୋକଙ୍କୁ ଦେଖି ଦୁଇ ଚୋର ଭୁଜାଲିରେ ଆକ୍ରମଣ କରିଥିଲେ। ଦୁହେଁ ତଳେ ପଡ଼ିଯିବାରୁ ସେମାନେ ପ୍ରାୟ ଏକ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ନେଇ ଚମ୍ପଟ ମାରିଥିଲେ। ଅଶୋକ ଓ ଅସିତ ଆହତ ହୋଇଥିବା ବେଳେ ଏ ନେଇ ତାଳଚେର କୋଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।