ଘଟଣା ଓ ଦୁର୍ଘଟଣା

ଭାଇ ବୋହୂଙ୍କୁ ଦେଢ଼ଶୂରର ଟାଙ୍ଗିଆରେ ଆକ୍ରମଣ, ଥାନାରେ ମାମଲା

By Angul TV Bureau

July 16, 2025

ଅନୁଗୁଳ: ଦେଢ଼ଶୂରଙ୍କ ଟାଙ୍ଗିଆ ଚୋଟରେ ଭାଇ ବୋହୂ ଆହତ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଧାକୁତିବାହାଳ ଗ୍ରାମର ସସ୍ମିତା ପ୍ରଧାନଙ୍କୁ ତାଙ୍କ ଦେଢ଼ଶୂର ବିଭୁତି ଭୂଷଣ ପ୍ରଧାନ ଏକ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଏନେଇ ସସ୍ମିତାଙ୍କ ସ୍ଵାମୀ ସରୋଜ ପ୍ରଧାନ ମଙ୍ଗଳବାର ଦିନ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ପୋଲିସ ୨୦୪ /୨୫ ରେ ଏକ ମାମଲା ରୁଜୁ କରିଛି।

ପୋଲିସ ସୂଚନା ମୁତାବକ, ସସ୍ମିତା ଓ ସରୋଜ ତାଙ୍କ ଘରେ ଥିବା ବେଳେ ବିଭୁତି ଆସି ପ୍ରଥମେ ସରୋଜଙ୍କ ସହ ଝଗଡ଼ା ଲାଗିଥିଲେ। ଏ ନେଇ ସସ୍ମିତା ପ୍ରତିବାଦ କରିବାରୁ ବିଭୁତି ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ସସ୍ମିତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।