ଅନ୍ୟାନ୍ୟ

ପୂଜା ଭସାଣିରେ ଧମାଲ କରୁଛି ସୌମ୍ୟରଞ୍ଜନଙ୍କ ପ୍ରଯୋଜିତ ଗୀତ “ଅନୁଗୁଳ ଟୋକା ଆମେ ଷଣ୍ଢ ମାର୍କା…”

By Angul TV Bureau

September 03, 2025

ଅନୁଗୁଳ: ଅନୁଗୁଳ ଯୁବ ସଦସ୍ୟ ସୌମ୍ୟରଞ୍ଜନ ସାହୁଙ୍କ ପ୍ରଯୋଜିତ ଗୀତ “ଅନୁଗୁଳ ଟୋକା ଆମେ ଷଣ୍ଢ ମାର୍କା…” ଆଜି ଗଣେଶ ପୂଜା ଭସାଣିର ମୁଖ୍ୟ ଆକର୍ଷଣ ହେବ ବୋଲି ଚର୍ଚ୍ଚା ହେଉଛି। ଗୀତିକାର ଏନ୍‌. ଲକ୍ଷ୍ମୀଧର ଓ ସୁନାମଧନ୍ୟ ଗାୟକ ସତ୍ୟଜିତ୍ ପ୍ରଧାନଙ୍କ କଣ୍ଠରେ ଝଙ୍କୃତ ଏହି ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍ କରୁଥିବା ବେଳେ ଭସାଣିରେ ହଜାର ହଜାର ଲୋକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

ସୌମ୍ୟରଞ୍ଜନ କହିଛନ୍ତି, “ଆମେ ଡିଜେ ବଦଳରେ ପାରମ୍ପରିକ ନୃତ୍ୟଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରିଛୁ, ଯାହା ଭସାଣିରେ ଉପସ୍ଥିତ ହଜାର ହଜାର ଲୋକଙ୍କ ମନ ଜିଣିବ ବୋଲି ଆଶା ରଖିଛୁ।”