ଅନୁଗୁଳ: ଅନୁଗୁଳ ସହରର ଦୁଇଟି ସ୍ଥାନରେ ଆଜି ଦୁଇ ଜଣ ଜୀବନ ହାରିଛନ୍ତି। ମୃତକ ହେଲେ ପ୍ରିୟଙ୍କା ସାହୁ ଓ ଶ୍ରୀକାନ୍ତ ବଡ଼ତିଆ।ସୂଚନା ଅନୁସାରେ, ବଜାରଛକ ଅଞ୍ଚଳରେ ରହୁଥିବା ଛେଣ୍ଡିପଦା ବ୍ଲକ୍ ତେଣ୍ଟୁଲୋଇ ଗାଁର ପ୍ରିୟଙ୍କା ସାହୁ(୧୭) କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ସେହିପରି ଶିକ୍ଷକପଡ଼ାର ଶ୍ରୀକାନ୍ତ ବଡ଼ତିଆ(୨୫) ଆଜି ରଶି ଲଗାଇ ଝୁଲି ପଡ଼ିଛନ୍ତି। ବିଭିନ୍ନ ଗେମିଂ ଆପ୍ରେ ଟଙ୍କା ହରାଇବା ପରେ ସେ ଭାଙ୍ଗି ପଡ଼ିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।ଖବର ପାଇ ପୋଲିସ ପହଞ୍ଚି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି।