ଅନୁଗୁଳ: ସରିଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ। ସଭାପତି ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଭୂତି ପ୍ରସାଦ ଦାସଙ୍କ ଠାରୁ ୫୨ ଖଣ୍ଡ ଭୋଟରେ ଜିତିଛନ୍ତି। ସାଧାରଣ ସମ୍ପାଦକ ଭାବେ ରଜତ କୁମାର ମହାପାତ୍ର ନିକଟତମ ପ୍ରତିଦ୍ବନ୍ଦ୍ୱୀ ଅକ୍ଷୟ କୁମାର ସାମନ୍ତଙ୍କ ଠାରୁ ୧୪ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ସେହିପରି ଉପସଭାପତି ୧ ଭାବେ ପ୍ରମୋଦ ପ୍ରଧାନ, ଉପ ସଭାପତି ୨ ଭାବେ ଅଶୋକ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ୧ ଭାବେ ମନୋଜ କୁମାର ଗୁପ୍ତା, ଯୁଗ୍ମ ସମ୍ପାଦକ ୨ ଭାବେ ସୂର୍ଯ୍ୟକାନ୍ତ ସାମନ୍ତ, ଯୁଗ୍ମ ସମ୍ପାଦକ ୩ ଭାବେ ପ୍ରମୋଦ କୁମାର ବ୍ରହ୍ମ, ଯୁଗ୍ମ ସମ୍ପାଦକ ୪ ଭାବେ ସୁଶିଲ କୁମାର ସାଇଁ ଏବଂ କୋଷାଧ୍ୟକ୍ଷ ଭାବେ ଗୌତମ ସାହୁ ବିଜୟ ଲାଭ କରିଛନ୍ତି।
୨୦୨୫-୨୭ ବର୍ଷ ପାଇଁ ରବିବାର ସଂଘ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତ ଦାନ ସକାଳ ୯ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ସଂଘର ସମୁଦାୟ ୬୪୫ ଜଣ ସଦସ୍ୟଙ୍କ ମଧ୍ୟରୁ ୬୧୯ ଜଣ ମତ ସାବ୍ୟସ୍ତ କରିଥିଲେ। ଅପରାହ୍ନ ୫ ଟାରେ ଭୋଟ ଗଣତି ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର ଏବଂ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ପରିଚାଳନାକରିଥିଲେ।
ସୂଚନାଯୋଗ୍ୟ ଯେ ଆଜି ସଂଘ କାର୍ଯ୍ୟାଳୟରେ ସକାଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।