ମୁଖ୍ୟ ଖବର

ଅନୁଗୁଳ ଟ୍ରକ ମାଲିକ ସଂଘ ବିବାଦ ତେଜିଲା

By Biswaranjan Pattnaik

June 26, 2022

ଅନୁଗୁଳ: ଜିଲ୍ଲା ଟ୍ରକ ମାଲିକ ସଂଘରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ନେଇ ଏଟିଭି ରେ ଗତ ୨୦ ତାରିଖରେ ଖବର ପ୍ରକାଶିତ ହେବା ପରେ ଆଜି ଏଥିନେଇ ମୁହଁ ଖୋଲିଛନ୍ତି ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ। ଏଟିଭି କୁ ଏକ ସାକ୍ଷାତକାରରେ ଶ୍ରୀ ସାମନ୍ତ କହିଛନ୍ତି ,ସଭାପତି ଅମ୍ବିକା ଭଟ୍ଟ ମନ୍ଦ ଉଦ୍ଦେଶ୍ୟ ରଖି ସଂଘର କିଛି କର୍ମକର୍ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ ସରି ଯାଇଛି ଏବଂ ସଭାପତି ଏଥିରେ ସହମତି ଦେଇ ସ୍ଵାକ୍ଷର କରିଛନ୍ତି। ଅନ୍ୟ ପକ୍ଷରେ ଶ୍ରୀ ଭଟ୍ଟ ମାନମୁଖୀ କାରବାର ଚଳାଇଛନ୍ତି ଏବଂ ଅନେକ କାର୍ଯ୍ୟ ତାଙ୍କ ଅଗୋଚରରେ କରା ଯାଉଥିବା ଶ୍ରୀ ସାମନ୍ତ ଅଭିଯୋଗ କରିଛନ୍ତି। ପୋୖର ନିର୍ବାଚନ ସମୟରେ ଶ୍ରୀ ସାମନ୍ତ ବ୍ୟସ୍ତ ଥିବାବେଳେ ତରବରିଆ ଭାବେ ସଂଘର ଜେନେରାଲ ବଡି ଡାକିବା, ସମ୍ପାଦକଙ୍କୁ ନ ଜଣାଇ ସଂଘ କିରାଣୀଙ୍କୁ ବହିଷ୍କାର କରି ତାଙ୍କ ଠାରୁ ସମସ୍ତ ଦାୟିତ୍ୱ ନିଜ ହାତକୁ ନେବା କେତେ ସମୀଚିନ ବୋଲି ଶ୍ରୀ ସାମନ୍ତ ପ୍ରଶ୍ନ କରିଛନ୍ତି।ସଭାପତି ତାଙ୍କ ମନମୁଖୀ କାମ ବନ୍ଦ ନକଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ପ୍ରସଙ୍ଗରେ ସଭାପତି ଶ୍ରୀ ଭଟ୍ଟଙ୍କୁ ପଚାରିବାରୁ ସଂଘରେ ଅନିୟମିତତା ନେଇ ତାଙ୍କ ପାଖରେ ଠୋସ ପ୍ରମାଣ ରହିଛି ଏବଂ ଖୁବ ଶୀଘ୍ର ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।