ଅନ୍ୟାନ୍ୟ

ଅନୁଗୁଳ ଟ୍ରକ ମାଲିକ ସଂଘ ଶେଷରେ ଟିକସ ଦେଲା

By Biswaranjan Pattnaik

September 08, 2022

ଅନୁଗୁଳ: ହୋଲଡିଂ ଟିକସ ଓ ଟ୍ରେଡ଼ ଲାଇସେନ୍ସ ନଥିଲେ ପୌରପାଳିକା ପକ୍ଷରୁ ଏବେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିବା ବେଳେ ଅନୁଗୁଳ ଟ୍ରକ ମାଲିକ ସଂଘକୁ ମଧ୍ୟ ନୋଟିସ ଦିଆଯାଇଥିଲା।

ଏହି ନୋଟିସ ସଂଘ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ଦୀର୍ଘ ବର୍ଷ ଧରି ସାମାଜିକ କାର୍ଯ୍ୟରେ ସହାୟତାର ହାତ ବଢ଼ାଉ ଥିବା ସଂଘର ସଦସ୍ୟ ମାନେ ସହଜରେ ଏହାକୁ ହଜମ କରି ପାରିନଥିଲେ। ଏସବୁ ସତ୍ତ୍ୱେ ସଂଘ ପକ୍ଷରୁ କାର୍ଯ୍ୟାଳୟ ଉପଯୋଗ ନିମନ୍ତେ ୨୦୧୬ ମସିହାରୁ ଆଜିଯାଏ ବକେୟା ଥିବା ଦଶ ହଜାରରୁ ଉର୍ଧ୍ବ ଟଙ୍କାର ହୋଲଡିଂ ଟିକସ ଗତ ୭ ତାରିଖରେ ପ୍ରଦାନ କରିଥିବା ସଭାପତି ଅମ୍ବିକା ଭଟ୍ଟ ଜଣାଇଛନ୍ତି।