ଅନୁଗୁଳ: ଶୀତ ବଢ଼ିବା ସହ ଅନୁଗୁଳ ସହରକୁ ନିଜ କବ୍ଜାକୁ ନେବାରେ ଲାଗିଛି ଘନ କୁହୁଡ଼ି। ଆଜି ସକାଳୁ ପୂରା ସହରକୁ ଆଚ୍ଛାଦିତ କରି ରଖିଥିଲା କୁହୁଡ଼ି। ରାତିରେ କାକର ବିନ୍ଦୁ ଗୁଡିକ ବର୍ଷା ଭଳି ଟୋପାଟୋପା ହୋଇ ପଡୁଥିବା ବେଳେ ସକାଳୁ ହଠାତ କୁହୁଡି ମାଡି ଆସିଥିଲା। ଫଳରେ ରାସ୍ତା ଦିଶିବା ବି ଏକ ପ୍ରକାରର ଅସମ୍ଭବ ହୋଇପଡ଼ିଥିଲା। ଯାତାୟାତ କରୁଥିବା ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସକାଳ ୧୦ ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା।ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୯.୬ ରେକର୍ଡ ହୋଇଥିବା ବେଳେ ବାୟୁ ମଣ୍ଡଳର ଆର୍ଦ୍ରତା ୭୧ ରେକର୍ଡ ହୋଇଛି।