କ୍ରୀଡ଼ା

ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ: ଖମାର ଓ ସାନସଡା ମ୍ୟାଚ ‘ଡ୍ର’

By Biswaranjan Pattnaik

February 01, 2026

ଅନୁଗୁଳ: ସ୍ଥାନୀୟ ପିଟିସି ପଡିଆରେ ଆୟୋଜିତ ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ଆଜିର ମ୍ୟାଚ ଖମାର-ବାଗେଡିଆ ବନାମ ସାନସଡା-ପାଲଲହଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ତେବେ ଏହି ମ୍ୟାଚ ଟି ଅମିମାଂସିତ ରହିଥିଲା। ଅନୁଗୁଳ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କ ସହ କର ମର୍ଦ୍ଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ପବନ ସାହୁ, ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ, କୋଷାଧ୍ୟକ୍ଷ ବିନୟ ସାହୁ,ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ରୁଚିର ଦାସ, ଯୁଧିଷ୍ଠିର ସେଠ ବାପୁନ୍ ବେହେରା, ସତ୍ୟବାଦୀ ପ୍ରଧାନ, ଶୁଭ୍ରଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ମନୋଜ ଦାସ। ସୋମବାର ଖମାର-ବାଗେଡିଆ ବନାମ କଳିଙ୍ଗ କ୍ଲବ ବଲଣ୍ଡା ମଧ୍ୟରେ ଅନୁଷ୍ଠିତ ହେବ।