ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଅନୁଗୁଳ ଫୁଟବଲରସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତାର ଆଜି ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ ଆଠମଲ୍ଲିକ ଓ ନାଲକୋ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯାହା ଅମିମାଂସିତ ରହିଥିଲା। ଖେଳ ପରିଚାଳନା କରିଥିଲେ ମନୋଜ ବେହେରା।
ଦ୍ଵିତୀୟ ମ୍ୟାଚ ଏନଟିପିସି ଓ ଚାନ୍ଦ କ୍ଳବ ଅନୁଗୁଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଚାନ୍ଦ କ୍ଳବ ୧-୦ ଗୋଲରେ ବିଜୟୀ ହୋଇଥିଲା। ବରିଷ୍ଠ ବିଜେପି ନେତା ଦିଲୀପ ପ୍ରଧାନ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଂଘର ସଭାପତି ପବନ କୁମାର ସାହୁ ଓ ସମ୍ପାଦକ ଶୁଭ୍ରାଂଶୁ କୁମାର ସାହୁଙ୍କ ତତ୍ବାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଏନଟିପିସି ବନାମ ନାଲକୋ ଏବଂ ଆଠମଲ୍ଲିକ ବନାମ ଚାନ୍ଦ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ।