ମୁଖ୍ୟ ଖବର

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗ, ଯୁବ ବିଜେପି ନେତା ଗିରଫ

By Angul TV Bureau

July 18, 2025

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଅନୁଗୁଳ ଜିଲ୍ଲାର ପୂର୍ବତନ ଯୁବ ବିଜେପି ସଭାପତି ସୁଦୀପ୍ତ ସ୍ବାଇଁ ଗିରଫ ହୋଇଛନ୍ତି। ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରିଛି। ସେ ଅନେକ ଦିନ ହେଲା ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥ‌ିବା ନେଇ ଅଭିଯୋଗ କରିଥିଲେ ଯୁବତୀ।

ସୂଚନା ମୁତାବକ, ବନ୍ତଳା ଅଞ୍ଚଳର ଜଣେ ଯୁବତୀକୁ ସୁଦୀପ୍ତ ବହୁ ଦିନ ହେବ ଅସଦାଚରଣ କରିବା ସହ ପରିବାରକୁ ମଧ୍ୟ ଧମକ ଦେଉଥିଲେ। ଏନେଇ ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ସୁଦୀପ୍ତ ଯୁବତୀକୁ ବିଭିନ୍ନ ସମୟରେ ଅଶ୍ଳୀଳ ବ୍ୟବହାର କରୁଥିଲେ। ଯୁବତୀଙ୍କ ପରିବାରକୁ ଫୋନ୍ କରି ମଧ୍ୟ ଗାଳି ଗୁଲଜ କରୁଥିଲେ। ଯୁବତୀଙ୍କ ଘର ବାହାରେ ମାରଣାସ୍ତ୍ର ଧରି ସୁଦୀପ୍ତ ଭୟଭୀତ କରୁଥିଲେ। ଏପରିକି ଯୁବତୀ ତାଙ୍କ ଅଫିସକୁ ଯିବା ସମୟରେ ସୁଦୀପ୍ତ ତାଙ୍କୁ ଅସଦାଚରଣ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ। ଏହି ଅଭିଯୋଗ ପରେ ବନ୍ତଳା ଥାନା ପୋଲିସ ସୁଦୀପ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି।