ଅନୁଗୁଳ: ନ୍ୟାସନାଲ ହେରାଲ୍ଡ ମିଛ ମାମଲାରେ କଂଗ୍ରେସ ଦଳର ନୈତିକ ବିଜୟ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ବିରୁଦ୍ଧରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସ୍ଥାନୀୟ କଂଗ୍ରେସ ଭବନ ଠାରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଗୁଳ ବଜାର ପରିକ୍ରମା କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୁଚକ୍ରୀ ବିଜେପି ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଶ୍ଳୋଗାନ ଦିଆଯାଇଥିଲା।
ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ବହୁ ବରିଷ୍ଠ ନେତା ଯଥା, ପ୍ରଦେଶ କୃଷକ ସେଲର ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ପ୍ରଦେଶ କଂଗ୍ରେସ କମିଟିର ପେନାଲିଷ୍ଟ ରୂପାଦୀପ୍ତା ମହାପାତ୍ର, ରାଜ୍ୟ ଏସଟି ସେଲର ସାଧାରଣ ସମ୍ପାଦକ ତପନ ପ୍ରଧାନ, ରାଜ୍ୟ କୃଷକ ସେଲର ସଂଯୋଜକ ଦାଶରଥି ସାହୁ, ପୂର୍ବତନ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ଫକୀର ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଞ୍ଜନ ନାଏକ, ବଲବୀର ସିଂହ, ରାଜ କିଶୋର ସାହୁ, ସହଦେବ ବେହେରା, ଗୋବିନ୍ଦ ନାଏକ, ସୁଦୀପ ମିଶ୍ର, ବିନୋଦ ମାଝି, ସନ୍ତୋଷ ପଟ୍ଟନାୟକ, ଅମୂଲ୍ୟ ବେହେରା, ସଞ୍ଜୀବ ମାଣ୍ଡୋଠିଆ, ବାସୁଦେବ ସାମଲ, ଭଜମନ ଦାସ, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଲୁଲୁ ପାଣିଗ୍ରାହୀ, ହେମନ୍ତ ମହାଳିକ, ଅଲେଖ ବେହେରା, ନଗର ସଭାନେତ୍ରୀ କସିଦା ଖାନ, ସ୍ଵାଗତିକା ସାହୁ, ସୁବାଷ ସାହୁ, ରଶ୍ମି ରଞ୍ଜନ ସାହୁ, ଦୁର୍ଗା ଚରଣ ସତପଥି, ସଂଗ୍ରାମ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ ନେତା ପ୍ରମୁଖ ଉପସ୍ଥିତ ଥିଲେ।