ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ସ୍ଥଗିତ। ଫେବ୍ରୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅନୁଗୁଳ ଜିଲ୍ଲା ମହୋତ୍ସବର ଆୟୋଜନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସେହିଭଳି ଫେବ୍ରୁଆରୀ ୭ ରୁ ୧୧ ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳାକୁ ମଧ୍ୟ ବନ୍ଦ କରାଯାଇଛି। ଖୁବ ଶୀଘ୍ର ଏହାର ଆୟୋଜନ ନେଇ ତାରିଖ ପ୍ରକାଶ ପାଇବ ବୋଲି ଜିଲ୍ଲା ପ୍ରଶାସନ କହିଛି। ସୂଚନାଯୋଗ୍ୟ ଯେ ଫେବ୍ରୁଆରୀ ମାସରେ ସଂସଦ ଓ ଓଡିଶା ବିଧାନସଭାର ବଜେଟ ଅଧିବେଶନ ନିମନ୍ତେ କାର୍ଯ୍ୟକ୍ରମ ରହିଛି। ଏଣୁ ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆୟୋଜନ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି।