କ୍ରୀଡ଼ା

ସର୍ବଭାରତୀୟ ସ୍ତରରେ ଖେଳିବେ ଅନୁଗୁଳ ପୁଅ ଅଂଶୁମାନ, ହାମର ଥ୍ରୋରେ ନେବେ ଭାଗ

By Angul TV Bureau

September 05, 2025

ଅନୁଗୁଳ: ସର୍ବଭାରତୀୟ ସ୍ତରରେ ଖେଳିବେ ଅନୁଗୁଳର ପୁଅ। ଅନୁଗୁଳ ଜିଲ୍ଲା ଗାନ୍ଧିମାର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ର ଅଂଶୁମାନ ଧଳ ଆସନ୍ତା ମାସ ବେଙ୍ଗାଲୁରୁରେ ହେବାକୁ ଥିବା ଅଖିଳ ଭାରତୀୟ କ୍ରୀଡ଼ାରେ ଭାଗ ନେବେ। ଅଂଶୁମାନ ଗତ ୨୯ ତାରିଖରେ ଯାଜପୁର ମଧୁସୂଦନ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କ୍ଷେତ୍ରୀୟ ଖେଳକୁଦରେ କିଶୋର ବର୍ଗର ହାମର ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ।

ଏହା ପରେ ସେ ବେଙ୍ଗାଲୁରୁରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଫୁଲେନ୍ଦୁ ପ୍ରଧାନଙ୍କ ତତ୍ତ୍ଵାବଧାନରେ ସେ ଖେଳରେ ଭାଗ ନେଇଥିଲେ। ଅଂଶୁମାନଙ୍କୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ, ସହପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାାର ସାହୁ ତଥା ସମସ୍ତ ଗୁରୁଜୀ ଗୁରୁମା ଅଭିନନ୍ଦନ ଜ୍ଞାପନ କରିଛନ୍ତି।