ପ୍ରତିଭା ଓ ବ୍ୟକ୍ତିତ୍ୱ

ଅନୁଗୁଳର ଯୁବ ବୈଜ୍ଞାନିକ ଯୁଗଳ କିଶୋର ଦେହୁରୀ

By Biswaranjan Pattnaik

August 16, 2023

ଅନୁଗୁଳ: କଠିନ ଅଧ୍ୟବସାୟ ଓ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ନିରଳସ ସାଧନା ହିଁ ସଫଳତା ଆଡକୁ ବାଟ କଢାଇ ନିଏ। ଆମେ କହୁଚୁ ଅନୁଗୁଳର ଯୁବ ବୈଜ୍ଞନିକ ଯୁଗଳ କିଶୋର ଦେହୁରୀଙ୍କ କଥା।

ବାପା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରନ୍ତି। ନାଁ ପବିତ୍ର ମୋହନ ଦେହୁରୀ। ଇଡକୋ ଛକ ନିକଟରେ ରହନ୍ତି। ଯୁଗଳ ପିଟିସି ହାଇ ସ୍କୁଲ,ଅନୁଗୁଳ କଲେଜରେ ଯୁକ୍ତ ଦୁଇ,ରେଭେନ୍ସାରେ ସ୍ନାତକ ଏବଂ ଶେଷରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଭୂତତ୍ଵ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଆଇଆଇଟି ରୁର୍କିରେ ପିଏଚ‌୍‌ଡି କରୁଥିବା ବେଳେ ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ହେଉଥିବା ପରୀକ୍ଷାରେ ଦେଶରେ ୫୬ତମ ସ୍ଥାନ ହାସଲ କରି ଏହାର ହାଇଦରାବାଦ ଶାଖାରେ ତାଲିମ ନେବା ପାଇଁ ନିର୍ଦ୍ଦେଶ ପାଇଛନ୍ତି। ଜଣେ ଯୁବ ବୈଜ୍ଞାନିକ ଭାବେ ଯୁଗଳ ଜିଲ୍ଲା ଓ ଦେଶର ନାଁ ରଖନ୍ତୁ ଏଟିଭି‌ ପକ୍ଷରୁ ଏତିକି କାମନା।