ଅନ୍ୟାନ୍ୟ

୮୧୦୧ ଟଙ୍କାରେ ମା’ ଦୁର୍ଗାଙ୍କ ଆଜ୍ଞା ଲଡ଼ୁ ନିଲାମ

By Angul TV Bureau

October 06, 2022

ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ସଇଡ଼ା ଗାଁରେ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉପଲକ୍ଷେ ଜୟ ଦୁର୍ଗା ଯୁବକ ସଂଘ ପକ୍ଷରୁ ଦେବୀଙ୍କ ଆଜ୍ଞା ଲଡୁ ନିଲାମ ହୋଇଛି। ଆଜ୍ଞା ଲଡୁକୁ ସେହି ଗାଁର ଅଶୋକ କୁମାର ନାୟକ ୮୧୦୧ ଟଙ୍କାରେ ନିଲାମ ନେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରଦ୍ଧା, ସେବା ଓ ସହଯୋଗର ଅଧ୍ୟକ୍ଷ ସମାଜସେବୀ ଇଂ ଅବନୀ କାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମୋନାଲିସା ଗଡ଼ ନାୟକ, ରତ୍ନାକର ରାଉତ, ପୂଜକ ତ୍ରିଲୋଚନ ମହାକୁଳ, ପ୍ରସନ୍ନ ଖମଣିଆ, ସଂଘର ସଭାପତି ଈଶ୍ୱର ନାୟକ, ସଂପାଦକ ରଞ୍ଜନ କୁମାର ନାୟକ ଯୋଗଦେଇ ସଭା ପରିଚାଳନା କରିଥିଲେ।