ଅନ୍ୟାନ୍ୟ

ଅନିଲ ମହାନ୍ତି ପୂର୍ବତନ ସୈନିକ ମହାସଂଘର ରାଜ୍ୟ ଉପ ସଭାପତି

By Biswaranjan Pattnaik

November 12, 2025

ଅନୁଗୁଳ: କଟକ ବୟାଳିଶ ମୌଜା ଠାରେ ଓଡିଶା ପୂର୍ବତନ ସୈନିକ ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ୩୪ ଗୋଟି ପୂର୍ବତନ ସୈନିକ ସଂଘର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ମହାସଂଘର ବାଇଲକୁ ସ୍ଵୀକୃତି ଦିଆଯିବା ସହ କର୍ମକର୍ତ୍ତା ମନୋନୟନ କରାଯାଇଥିଲା।ଏଥିରେ କରୁଣାକର ନାଥ ରାଜ୍ୟ ମହାସଂଘର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଅନୁଗୁଳ ଡିଫେନସ ଭେଟେରାନର ସଭାପତି ସୁବେଦାର ମେଜର  ଅନିଲ କୁମାର ମହାନ୍ତି ସଂଘର ଉପସଭାପତି ରୂପେ ମନୋନୀତ ହୋଇଥିଲେ। ଶ୍ରୀ ମହାନ୍ତିଙ୍କୁ ଏଥିପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ପ୍ରଦାନ କରାଯାଇଛି ।