ଅନ୍ୟାନ୍ୟ

ଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ: ଜୀବେଦୟାକୁ ଗୁରୁତ୍ୱ, ଜୀବଜନ୍ତୁଙ୍କୁ ନିର୍ଯାତନା ରୋକିବାକୁ ଆହ୍ୱାନ

By Angul TV Bureau

December 09, 2024

ଅନୁଗୁଳ: ତାଳଚେର ବଲ୍ଳହର ଛକ ସ୍ଥିତ ସାମାଜିକ ଅନୁଷ୍ଠାନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ତରଫରୁ ସ୍ଥାନୀୟ ଧରମପୁର୍ ଠାରେ ମା’ ମଙ୍ଗଳା ଉତ୍ପାଦକ ଦଳ ସଦସ୍ୟାଙ୍କୁ ନେଇ ଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି।

ଏ ଅବସରରେ ସମ୍ପାଦକ ବୁଦ୍ଧଦେବ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇଥିଲେ। ଏଥିସହ ଜୀବଜନ୍ତୁ ମାନଙ୍କ ପ୍ରତି ଦୟା ମନୋଭାବ ପୋଷଣ, ବୁଲା କୁକୁର, ବିଲେଇ, ଗାଈଙ୍କ ଉପରେ ଅତ୍ୟାଚାରକୁ କିପରି ବନ୍ଦ କରିବା ସେ ନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସଭାପତି ଲଜିତା ମହାପାତ୍ର ଜୀବେଦୟା ଶିଖାଇଥିଲେ। ଜୀବଜନ୍ତୁଙ୍କ ଉପରେ ହେଉଥିବା ଅତ୍ୟାଚାର ନଜରକୁ ଆସିଲେ ଘରେ କିମ୍ବା ସ୍ଥାନୀୟ ପଶୁ ଚିକିତ୍ସା କେନ୍ଦ୍ରକୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ତଥା ଗୋ-ସେବକମାନେ ଯୋଗଦାନ କରିଥିଲେ।