ଅନ୍ୟାନ୍ୟ

ପ୍ରାଣୀ ସ୍ୱାସ୍ଥ୍ୟ ଓ ଟୀକାକରଣ ଶିବିର ଆୟୋଜିତ, ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ନେଇ ସଚେତନତା

By Angul TV Bureau

January 20, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-୨ ସେକ୍ସନର ଭାଲିଆସର ଗ୍ରାମଠାରେ ସୋମବାର ଏକ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଅନୁଗୁଳର ମୋବାଇଲ୍ ଭେଟେନାରୀ ୟୁନିଟ୍ (MVU) ଦ୍ୱାରା ଆୟୋଜିତ ଏହି ଶିବିରରେ ଗୃହପାଳିତ ପଶୁଙ୍କୁ ଟୀକାକରଣ କରାଯିବା ସହ ପଶୁପାଳକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭେଟେନାରୀ ସର୍ଜନ ପି. କେ. ସିଂହଙ୍କ ସହ ଫରେଷ୍ଟର ସୁଶାନ୍ତ ନାୟକ ଏବଂ ଗଜମିତ୍ର ଦୀପକ ମୁଣ୍ଡା ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ।