ଅନ୍ୟାନ୍ୟ

ପ୍ରାଣୀଧନ ସହାୟତା ଓ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

By Biswaranjan Pattnaik

June 01, 2022

ଅନୁଗୁଳ: ଅନୁଗୁଳର ପଶୁପ୍ରେମୀଙ୍କ ପାଇଁ ଏକ ଭଲ ଖବର। ଅନୁଗୁଳ ସହର ଭିତରେ ତଥା ଆଖ ପାଖରେ ଯେଉଁ ବୁଲା ଗାଈଗୋରୁ ଦୁର୍ଘଟଣାରେ ଆହତ ହେଉଥିଲେ ସେଥିପାଇଁ ସ୍ବେଚ୍ଛାସେବୀଙ୍କୁ ଡକା ପଡୁଥିଲା। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସେବାର ଆଜି ଶୁଭାରମ୍ଭ ହୋଇଛି । ନେହେରୁ ଯୁବ କେନ୍ଦ୍ର ଓ ଜୀବେ ନିଷ୍ଠୁରତା ନିରୋଧ ସମିତି ଆନୁକୂଲ୍ୟରେ ଶୁଭାରମ୍ଭ କରାଯାଇଥିବା ଏହି ଆମ୍ବୁଲାନ୍ସ ସେବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉଦଘାଟନ କରିଥିଲେ। ଏହି ଆମ୍ବୁଲାନ୍ସ ପୌରପାଳିକା ଅଞ୍ଚଳରେ ମଧ୍ୟରେ କାର୍ଯ୍ୟ କରିବ। ଦୁଇ ଜଣ ଅବସରପ୍ରାପ୍ତ ଭିଏସ୍ ଆମ୍ବୁଲାନ୍ସ ଦାୟିତ୍ୱରେ ରହିବେ। ଯେ କେହି ୧୯୬୨ ଟୋଲ ଫ୍ରି ନମ୍ବରକୁ ଡାଏଲ କରି ସୂଚନା ଦେଇ ପାରିବ। ଏହି ସମାରୋହରେ ସିଡିଭିଓ ରଞ୍ଜିତ କୁମାର ଦାସ, ଅନୁଗୁଳ ଭିଏସ୍ କେଶବ ଚନ୍ଦ୍ର ପ୍ରଧାନ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।