ଅନ୍ୟାନ୍ୟ

ଆନିମଲ ୱେଲଫେଆର କର୍ମୀ ଜିଲ୍ଲାପାଳଙ୍କୁ ଭେଟିଲେ

By Biswaranjan Pattnaik

December 12, 2022

ଅନୁଗୁଳ: ଅନୁଗୁଳ ଆନିମଲ ୱେଲଫେଆର ଟ୍ରଷ୍ଟ ପକ୍ଷରୁ କର୍ମୀମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଭେଟି ଅଭିଯୋଗ କରିଥିଲେ କି ଅନୁଗୁଳ ସହରରେ ଥିବା ଏକାଧିକ କଲ୍ୟାଣୀ ମଣ୍ଡପ ଓ ହୋଟେଲ କର୍ତ୍ତୃପକ୍ଷ ବାହାଘର ସମୟରେ ବଳକା ଖାଦ୍ୟ ଗୁଡିକୁ ରାସ୍ତାକଡରେ ଢାଳି ଦେଉଥିବାରୁ ସେସବୁକୁ ମନଇଚ୍ଛା ଖାଇ ବୁଲା ଗାଈ ଗୋରୁ ମୃତ୍ୟୁ ମୁଖରେ ପଡୁଛନ୍ତି।

ଏଣୁ ମଣ୍ଡପ ମାଲିକ ମାନଙ୍କୁ ଏପରି କାମରୁ ନିବୃତ୍ତ କରିବା ପାଇଁ ନିର୍ଦେଶ ଦିଆଯାଉ। ଅଭିଯୋଗ ଶୁଣି ଜିଲ୍ଲାପାଳ ଏହା ଉପରେ ମଣ୍ଡପ ମାଲିକ ମାନଙ୍କୁ ଏଥିନେଇ ଅବଗତ କରାଯିବ ବୋଲି କହିଥିଲେ। ସଂଘର ସଭାପତି ରୁକେଶ ରୋଷନ ଦାଶ ଦଳର ନେତୃତ୍ୱ ନେଇଥିଲେ।