ମୁଖ୍ୟ ଖବର

ପଞ୍ଜାବ ରାଜ୍ୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ଆନିଶାଙ୍କ କମାଲ

By Biswaranjan Pattnaik

December 12, 2022

ଅନୁଗୁଳ: ପଞ୍ଜାବର ପଟିଆଲା ଠାରେ ଗତ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ଅନୁଗୁଳ ହେମସୁରପଡାର ଝିଅ ଆନିଶା ସିହ୍ନା କ୍ଲାସିକଲ ନୃତ୍ୟ ବିଭାଗରେ ଓଡିଶୀ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପଞ୍ଜାବର ୧୩ ଟି ବିଶ୍ୱବିଦ୍ୟାଳୟର ୩୯ ଗୋଟି ବିଭାଗରେ ୧୨୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପଞ୍ଜାବର କ୍ରିଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଗୁରୁମିତ ସିଂ ମିତ ହାୟର ଗତ ଶନିବାର ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ। ଅନ୍ତିମ ଦିବସରେ ଆନିଶାଙ୍କ ପ୍ରତିଯୋଗିତା ରହିଥିଲା।

ପ୍ରକାଶଯୋଗ୍ୟ ଯେ, ଆନିଶା ଏବେ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଇଂରାଜୀ ସ୍ନାତକୋତ୍ତର ବିଭାଗର ପ୍ରଥମ ବର୍ଷର ଛାତ୍ରୀ। ପୂର୍ବରୁ ଆନିଶା ଜାତୀୟ ଯୁବ ମହୋତ୍ସବ ସମେତ ଦେଶ ବିଦେଶରେ ଓଡିଶୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଚଣ୍ଡୀଗଡରୁ ଆନିଶା ଫୋନ ଯୋଗେ ଫଳାଫଳ ଘରକୁ ଜଣାଇବା ସହ ଖୁସି ଜାହିର କରିଛନ୍ତି ।